Friday 29 September 2017

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର


ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପରେ ଚା’ପତିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଏହି ବ୍ୟବହୃତ ଚା’ପତି ଅନେକ କାମରେ ଆସିଥାଏ । ଏବେ ନଜର ପକାନ୍ତୁ କିପରି ବ୍ୟବହାର କରି ପାରିବେ ଏହି ଚା’ପତି ।
– ବ୍ୟବହୃତ ଚା’ ପତି ନଫିଙ୍ଗି ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଗଛ ମୂଳେ ଏହି ଚା’ପତିକୁ ଦିଅନ୍ତୁ । ଗଛର ଖାଦ୍ୟ ଭାବରେ କାମ କରିଥାଏ ଏହି ପତି ।
– ଚା’ ପରେ ବାହାରିଥବା ପତିକୁ ଭଲ ଭାବରେ ଧୋଇ ଆଉ ଥରେ ଫୁଟାନ୍ତୁ । ଘିଅ ଏବଂ ତେଲରେ ଚିକିଟା ହୋଇଯାଇଥିବା ଡବାକୁ ଏଥିରେ ଧୁଅନ୍ତୁ । ଯାହାଦ୍ୱାରା ଡବାରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଯାଏ ।
– ଚା’ ଛାଣି ସାରିବା ପର ପତିକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଯେପରି ସେଥିରୁ ମିଠା ଅଂଶ ସଂପୂର୍ଣ୍ଣ ରୂପେ ବାହାରି ଯିବ । ଚା’ ପତିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମହଜୁତ ରହିଥାଏ । ଶରୀରରେ ହୋଇଥିବା ଖଣ୍ଡିଆ ବା କ୍ଷତ ସ୍ଥାନରେ ଏହାର ପ୍ରଲେପ ଦେଲେ କ୍ଷତାକ୍ତ ଅଂଶ ଜଲଦି ଶୁଖି ଯାଇଥାଏ । ଏହି ପତିକୁ ପୁଣି ପାଣିରେ ଫୁଟାଇ ସେହି ପାଣିରେ କ୍ଷତ ସ୍ଥାନ ଧୋଇଲେ ଲାଭଦାୟକ ହୋଇଥାଏ ।
– କାଠର ଫର୍ଣ୍ଣିଚର ଓ ଦର୍ପଣ ମଇଳା ହୋଇଯାଇଥିଲେ ଏହାକୁ ସଫା କରିବା ଲାଗି ବ୍ୟବହୃତ ଚା’ପତି ଭଲ କାମରେ ଆସିଥାଏ । ଚା’ପତିକୁ ପୁଣି ଫୁଟାଇ ସେହି ପାଣିକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ । ଏହାକୁ ଫର୍ଣ୍ଣିଚର ସଫା କରିବାରେ ବ୍ୟବହାର କଲେ ଫର୍ଣ୍ଣିଚର ଚମକ ଆସିଥାଏ ।
– ଚା’ ପତି ପାଣି ଏକ ଉତ୍ତମ କଣ୍ଡିଶନର ଭଳି କାମ କରେ । ଚା’ ତିଆରି ସରିବା ପରେ ପତିକୁ ଧୋଇ ପାଣିରେ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ଏଥିରେ କେଶ ଧୋଇଲେ କେଶ ଚମକ ଆସିବା ସହ ମୁଲାୟମ ହୋଇଥାଏ ।
– ଚା’ ହୋଇ ସାରିବା ପରେ ଏହି ପତିକୁ ଧୋଇ ଶୁଖେଇ ଦିଅନ୍ତୁ । କାବୁଲି ବୁଟ ସିଝାଇବା ବେଳେ ଏକ କପଡାରେ ଏହି ପତିକୁ ବାନ୍ଧି ସେଥିରେ ପକାଇ ଦିଅନ୍ତୁ । ଏହା ଦ୍ୱାରା ତରକାରିର ରଙ୍ଗ ସୁନ୍ଦର ହୋଇଥାଏ ।

Monday 25 September 2017

ବିନା ଇଂଟରନେଟରେ ବି ବ୍ୟବହାର କରିପାରିବେ ସୋସିଆଲ ମିଡିଆ ! ଜାଣନ୍ତୁ ପୁରା ପ୍ରକ୍ରିୟା

ଆଜିକା ଦିନରେ ବିନା ଇଂଟରନେଟରେ ସ୍ମାର୍ଟଫୋନ କୌଣସି କାମକୁ ନୁହେଁ । ବିଶେଷ କରି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡିଆରେ ସକ୍ରିୟ ରହିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମୋବାଇଲର ଇଂଟରନେଟ୍ ଶେଷ ହୋଇଯାଇଛି କିମ୍ବା ଆପଣ ଏଭଳି ଏକ କୌଣସି ଜାଗାରେ ରହିଛନ୍ତି ଯେଉଁଠାରେ କି ଆପଣ ଇଂଟରନେଟ୍ ବ୍ୟବହାର କରିପାରୁ ନାହାଁନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ସାମ୍ନା କରିବାକୁ ପଡିଥାଏ ଅନେକ ସମସ୍ୟା । କାରଣ ବିନା ଇଂଟରନେଟରେ ଆପଣ ନା ତ ଫେସବୁକରେ କିଛି ଅପଡେଟ୍ କରିପାରିବେ ନା ନିଜର କିଛି ବିଶେଷ ମୁହୂର୍ତ୍ତକୁ ସେୟାର କରିପାରିବେ ।

Vକିନ୍ତୁ ବୋଧହୁଏ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ନପଡେ କାରଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ତଥା ଟେକନିକ୍ ସଂପର୍କରେ ଜଣାଇବୁ ଯାହାଦ୍ୱାରା କି ଆପଣ ବିନା ଇଂଟରନେଟ୍ ସହାୟତାରେ ଫେସବୁକ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ନିକଟରେ ଇଂଟରନେଟ୍ ସେବା ନାହିଁ କିମ୍ବା ଆପଣଙ୍କର ମୋବାଇଲର ଡାଟା ଶେଷ ହୋଇଯାଇଛି ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲରେ ଡାଏଲ କରିବାକୁ ପଡିବ ମାତ୍ର ଗୋଟିଏ ନମ୍ବର । ଆଉ ଏହାପରେ ଆପଣଙ୍କ ଫେସବୁକ୍ ଅପଡେଟ୍ ହୋଇଯିବ । ତେବେ କିପରି ଆସନ୍ତୁ ଜାଣିବା ।
ବିନା ଇଂଟରନେଟରେ କିପରି କରିବେ ଫେସବୁକର ବ୍ୟବହାର
• ବିନା ଇଂଟରନେଟରେ ଫେସବୁକ ଅପଡେଟ କରିବା ପାଇଁ ଆପଣଙ୍କୁ ଏକ ନମ୍ବର ଡାଏଲ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଗୋଟିଏ ଦିନ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
• ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ‘ଫୋନେଟୱିସ୍’ ଫେସବୁକ୍ ପାଇଁ ‘ୟୁଏସଏସଡି’ ସେବା ଦେଉଛି । ଯେଉଁଥିରେ କି ଆପଣ ବିନା ଇଂଟରନେଟରେ ଆପଣଙ୍କର ଫେସବୁକ୍ ଷ୍ଟାଟସ ଅପଡେଟ୍ କରିବା ପାଇଁ ନିଜ ମୋବାଇଲରୁ ୩୨୫ ହାସ୍ କିମ୍ବା ଏଫବିକେ ହାସ ଡାଏଲ କରିବାକୁ ପଡିବ ।
• ଏହାପରେ ଆପଣଙ୍କୁ ଆପଣଙ୍କର ଫେସବୁକ ଆଇଡି ଏବଂ ପାସୱାର୍ଡ ଦେବାକୁ ପଡିବ ।
• ଏଭଳି କରିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ ଆଉ ଯାହାର ରିପ୍ଲାଏ କରିବା ପରେ ଆପଣଙ୍କର ଫେସବୁକ୍ ଆକ୍ଟିଭ ହୋଇଯିବ ।
• ଏଥିରେ ଆପଣ ମେସେଜ ଜରିଆରେ ହିଁ ନିଜର ଫେସବିକ ଷ୍ଟାଟସ ଅପଡେଟ କରିପାରିବେ । ଏଥିସହିତ ଆପଣ ନୋଟିଫିକେସନ, ଷ୍ଟାଟସ ଅପଡେଟ, ପୋଷ୍ଟ, ଫ୍ରେଣ୍ଡ ରିକ୍ୱେଷ୍ଟ ଆଦି ଚଲାଇ ମଧ୍ୟ କରିପାରିବେ ।
• ଯଦି ଆପଣ ଏହି ସେବାକୁ ଡିଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲରୁ ଷ୍ଟାର ୩୨୫ ଷ୍ଟାର ୨୨ହାସ ଡାଏଲ କରି ଏହାକୁ ଡିଆକ୍ଟିଭ କରିପାରିବେ ।

Friday 1 September 2017

ପ୍ରତିଦିନ ଏକ କପ୍ କଫି ପିିଇବା ଦ୍ୱାରା ଯକୃତ କର୍କଟ ରୋଗର ଆଶଙ୍କା କମିଯାଏ, ଜାଣନ୍ତୁ କିପରି

ଦୈନିକ କପେ କଫି ପିଇଲେ ଆପଣ ଦୀର୍ଘଜୀବୀ ହୋଇ ପାରିବେ ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି । ସେମାନେ ଜାଣି ପାରିଛନ୍ତି, ଯେ କଫି ପିଇବା ଯୋଗୁଁ ହୃଦରୋଗ, କର୍କଟରୋଗ, ପକ୍ଷାଘାତ ଏବଂ ମଧୁମେହ ହେବାର ଆଶଙ୍କା କମ୍ ହୋଇଯାଏ । ଦୈନିକ କପେ କଫି ପିଉଥିବା ଲୋକଙ୍କର କଫି ପିଉ ନ ଥିବା ଲୋକଙ୍କ ତୁଳନାରେ ଶତକଡ଼ା ୧୨ ଭାଗ ମୃତ୍ୟୁର କମ୍ ଆଶଙ୍କା ଥାଏ । ପୁଣି ଦୈନିକ ଦୁଇ ତିନି କପ୍ କଫି ପିଉଥିବା ଲୋକଙ୍କର ମୃତ୍ୟୁ ଆଶଙ୍କା ୧୮% କମ୍ ବୋଲି ସେମାନେ କହିଛନ୍ତି ।

ତେବେ କଫି ପିଇବା କ୍ଷତିକମାରକ ବୋଲି ଅନେକ ଲୋକ ଭାବନ୍ତି । ଲୋକଙ୍କୁ ଲାଗେ ଅଧିକ କଫି ପିଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରତି ଦିନ କଫି ପିଇବାର ଅଭ୍ୟାସ ଆପଣଙ୍କୁ ଯକୃତ କର୍କଟରୁ ରକ୍ଷା କରିବ । କଫିରେ ଥିବା କୈଫିନ କାରଣରୁ ଏହାକୁ ସ୍ୱାସ୍ଥ୍ୟ ପକ୍ଷେ ହିତକର କୁହାଯାଏ । କୈଫିନ ଶାରୀରକୁ ଶକ୍ତି ଯୋଗାଇବାରେ ସାହଯ୍ୟ କରେ । ଏଥିପାଇଁ ସବୁବେଳେ ମାନସିକ କିମ୍ବା ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ କଫି ସେବନ କରିବା ଉଚିତ୍ ।
ପୂର୍ବରୁ ହୋଇଥିବା ଅନେକ ସର୍ବେକ୍ଷଣରେ କୁହାଯାଉଥିଲା କଫିରେ ଅନେକ କ୍ଷତିକାରକ ଗୁଣ ରହିଛି । କଫି ସେବନ ଦ୍ୱାରା ପେଟ ଖରାପ ହେବା, ଉଚ୍ଚ ରକ୍ତଚାପ ଓ ମାନସିକ ବିଷାଦ ପରି ସମସ୍ୟା ହୋଇଥାଏ । ଏକ ନୂତନ ଅଧ୍ୟୟନ ଅନୁସାରେ ପ୍ରତିଦିନ ଏକ କପ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ପ୍ରତିଦିନ କଫି ପିଇବା ଦ୍ୱାରା ଯକୃତ କର୍କଟର ଭୟ ୨୦ ପ୍ରତିଶତ କମ ହୋଇଯାଏ । ଆଉ ୫ କପ କଫି ପିଉଥିବା କଫି ପିଉଥିବା ଲୋକଙ୍କ ପାଇଁ ଏହା ୫୦ ପ୍ରତିଶତ କମ ହୋଇଯାଏ । ତେବେ ଅଧ୍ୟୟନକର୍ତ୍ତାମାନେ ଏନେଇ ଅଧିକ କଫି ପିଇବା ପାଇଁ ପରାମର୍ଶ ଦେଇଛନ୍ତି ।ଏହି ଅଧ୍ୟୟନରେ ପାଖାପାକି ୨.୨୫ ମିିଲିୟନ ଲୋକଙ୍କୁ ସାମିଲ କରାଯାଇଥିଲା । ଏହା ବ୍ୟତୀତ ଅଧ୍ୟୟନରେ କୁହାଯାଇଛି ପ୍ରତିଦିନ ୨ କପ କଫି ପିଉଥଇବା ଲୋକେ ଯକୃତ କର୍କଟ ହେବାର ଆଶଙ୍କା ୩୫ ପ୍ରତିଶତ କମ ହୋଇଯାଏ । ଅଧ୍ୟୟନ ଅନୁସାରେ ସନ୍ତୁଳିତ ମାତ୍ରାରେ କଫିର ସେବନ ଅଦ୍ଧୁତ ପ୍ରାକୃତିକ ଔଷଧ ରୂପେ କାମ କରେ ।
ଆପଣ ଗ୍ରୀନ କଫି ମଧ୍ୟ ବ୍ୟବହାର କରିପାରିବେ-
ତେବେ ଗ୍ରୀନ୍ ଚା ଭଳି ଗ୍ରୀନ୍ କଫିର ଚାହିଦା ମଧ୍ୟ ଆଜିକାଲି ବହୁତ ବେଶି ଏବଂ ଲୋକ ସାଧାରଣତଃ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଗ୍ରୀନ କଫି ପିଇବାର ବହୁତ ଉପକାରିତା ମଧ୍ୟ ରହିଛି ।
– ଗ୍ରୀନ୍ କଫିରେ ପ୍ରଚୁର ପରିମାଣରେ ଆଂଟି ଅକ୍ସିଡାଂଟସ୍ ରହିଥାଏ, ତେଣୁ ଏହା ଚେହେରା ଏବଂ ଚୁଟି ପାଇଁ ଭଲ କାମ କରିଥାଏ । ଏଥିରୁ ମିଳୁଥିବା କଲେରୋଜୋନିକ୍ ଏସିଡ୍ ଉଚ୍ଚ ରକ୍ତଚାପକୁ ଠିକ୍ ରଖିବାରେ ସାହାଯ୍ୟ କରେ ।
– ଓଜନ କମାଇବା ପାଇଁ ଗ୍ରୀନ କଫି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ କଫି ପିଇଲେ ଏହା ଓଜନ କମାଇବା ସହିତ ଶରୀରର ସୁନ୍ଦରତାକୁ ବୃଦ୍ଧି କରିଥାଏ ।
– ଗ୍ରୀନ କଫି ପିଇବା ଦ୍ୱାରା କ୍ୟାନସର ନାମକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏହା ଶରୀର ମଧ୍ୟରେ କ୍ୟାନସର କୋଷ ଗୁଡିକୁ ତିଆରି ନ’କରିବାରେ ସାହାଯ୍ୟ କରେ ।
– ଗ୍ରୀନ କଫି ଶରୀରରେ ମେଟାବାଲିଜମର ମାତ୍ରାକୁ ବହୁତ ପରିମାଣରେ ବଢାଇଥାଏ, ଯାହା ଶରୀରକୁ ଫୁର୍ତ୍ତି ଯୋଗାଇବାରେ ସାହାଯ୍ୟ କରେ ।

ଅହମଦାବାଦ : ଭୁଷୁଡି ପଡିଲା ବିପଦ ସଂକୁଳ ଅବସ୍ଥାରେ ଥିବା ୨ ମହଲା କୋଠା, ଜଣେ ମୃତ


 ଭୁଷୁଡି ପଡିଲା ୨ମହଲା କୋଠା । ଅହମଦାବାଦରେ ବିପୁଦସଙ୍କୁଳ ଅବସ୍ଥାରେ ଥିବା ଏକ ଦୁଇ ମହଲା କୋଠା ଭୁଷୁଡିପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଖୁ ଦେଖୁ ଭୁଷୁଡି ପଡିଛି କୋଠା । ଆଉ ସ୍ଥାନୀୟ ଲୋକେ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିଛନ୍ତି । ଏହି କୋଠାରେ ରହୁଥିବା ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ବର୍ଷ ପୁରୁଣା ଏହି କୋଠାର କିଛି ଅଂଶ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ଲୋକେ ।

ଏହାର କିଛି ସମୟ ପରେ ହିଁ ସମ୍ପୂର୍ଣ୍ଣ କୋଠାଟି ଭୁଷୁଡି ପଡିଥିଲା । ଗୁରୁବାର ଭୋରରୁ ଏହି ଘଟଣା ଘଟିଛି । ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଏହି କୋଠାର କିଛି ଅଂଶ ଭାଙ୍ଗିଯାଇଥିଲା । ତେବେ କେବଳ ଜୁଲାଇ ୨୬ତାରିଖ ଦିନ ପୁରା ରାଜ୍ୟରେ ପାଖାପାଖି ୫୦ଟି କୋଠା ଓ ନିର୍ମାଣଧିନ କୋଠା ଭୁଷୁଡିପଡିଥିବା ଖବର ମିଳିଛି । ଏହାସହ ଗୁଜରାଟର ୨୮୦ଟି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଛି ।

ପେଟ୍ରୋଲ୍ ୩ ବର୍ଷରେ ସର୍ବାଧିକ ମହଙ୍ଗା ! ଜୁଲାଇ ପରେ ପେଟ୍ରୋଲ ଦର ୬ ଟଙ୍କା, ଡିଜେଲ ୩ ଟଙ୍କା ୬୭ ପଇସା ବଢ଼ିଛି

ଦେଶରେ ପେଟ୍ରୋଲ୍ ଏବଂ ଡିଜେଲର ଦର ପ୍ରତିଦିନ ବଦଳିବା ପରେ ଦର କମିବା ବଦଳରେ ବଢ଼ି ଚାଲିଛି । ଜୁଲାଇ ମାସର ପ୍ରଥମ ସପ୍ତାହ ପରଠାରୁ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲର ଲିଟର ପିଛା ମୂଲ୍ୟରେ ୬ ଟଙ୍କା ବୃଦ୍ଧି ହୋଇଛି । ବିଗତ ତିନି ବର୍ଷ ଭିତରେ ପେଟ୍ରୋଲ୍ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେହିପରି ଜୁଲାଇ ପରଠାରୁ ଡିଜେଲର ଲିଟର ପିଛା ଦର ୩ ଟଙ୍କା ୬୭ ପଇସା ବଢ଼ିଛି । ଗତ ଚାରି ମାସ ଭିତରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଚଳିତ ବର୍ଷ ଜୁନ୍ ପରଠାରୁ ରାଷ୍ଟ୍ରାୟତ୍ତ ତେଲ କଂପାନିଗୁଡ଼ିକ ଦୀର୍ଘଦିନ ଧରି ପ୍ରଚଳିତ ଥିବା ମାସକୁ ଦୁଇ ଥର ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ ପ୍ରଥାକୁ ବଦଳାଇଥିଲେ । ଏହା ପରଠାରୁ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହେଉଛି । ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୬୮ ଟଙ୍କା ୧୧ ପଇସା ହୋଇଯାଇଛି ।
ଜୁନ୍ ୧୬ ପରଠାରୁ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହେଉଛି । ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଭାରତୀୟ ଟଙ୍କା ଏବଂ ଡଲାର ମଧ୍ୟରେ ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲର ଖୁଚୁରା ଦର ନିର୍ଦ୍ଧାରଣ କରୁଛନ୍ତି । ଜୁଲାଇ ୩ ପରଠାରୁ ଉଭୟ ତେଲର ଦରରେ ନିୟମିତ ବୃଦ୍ଧି ହେବାରେ ଲାଗିଛି ।
ଜୁନ୍ ୧୬ରେ ପେଟ୍ରୋଲର ଲିଟର ପିଛା ଦର ୬୫ ଟଙ୍କା ୪୮ ପଇସା ଥିଲା । ଜୁଲାଇ ୨ ସୁଦ୍ଧା ତାହା ୬୩ ଟଙ୍କା ୬ ପଇସାକୁ ହ୍ରାସ ପାଇଥିଲା । ଏହା ପରଠାରୁ ମାତ୍ର ଚାରିଟି ଦିନକୁ ବାଦ ଦେଲେ ପ୍ରାୟ ସବୁ ଦିନ ପେଟ୍ରୋଲ ଦରରେ ୨ ପଇସାରୁ ୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ଜୁନ୍ ୧୬ରେ ଡିଜେଲ ଦର ୫୪ ଟଙ୍କା ୪୯ ପଇସା ଥିଲା । ଜୁଲାଇ ୨ ସୁଦ୍ଧା ତାହା ୫୩ ଟଙ୍କା ୩୬ ପଇସାକୁ ହ୍ରାସ ପାଇଥିଲା । ଅବଶ୍ୟ ପେଟ୍ରୋଲ୍ ଭଳି ଡିଜେଲ ଦରରେ ଏତେଟା ବୃଦ୍ଧି ହୋଇନାହିଁ ।
ପୂର୍ବରୁ ପ୍ରଚଳିତ ଥିବା ପ୍ରଥା ଅନୁସାରେ ଥରକେ ପେଟ୍ରୋଲ କିମ୍ବା ଡିଜେଲ ମୂଲ୍ୟ ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଉଥିଲା । ତାହାକୁ ଲୋକମାନେ ବହୁତ ବିରୋଧ କରୁଥିଲେ । ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଉକ୍ତ ଦର ବୃଦ୍ଧିକୁ ଲୋକମାନେ ଜାଣିପାରୁଥିଲେ । ମାତ୍ର ଏବେ ପ୍ରତି ଦିନ ତେଲ ଦରରେ ୧ ପଇସାରୁ ୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହେଉଛି ଯାହାକୁ ଲୋକମାନେ ସହଜରେ ଜାଣିପାରୁନାହାନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୦ ଜୁନରେ ପେଟ୍ରୋଲ ଏବଂ ୨୦୧୪ ଅକ୍ଟୋବରରେ ଡିଜେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇଛି । ଚଳିତ ବର୍ଷ ଜୁନ୍ ୧୬ ପର୍ଯ୍ୟନ୍ତ ପ୍ରତି ମାସର ୧ ତାରିଖ ଏବଂ ୧୬ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ କରାଯାଉଥିଲା।

ଛାତ୍ର, ଯବାନ, ବରିଷ୍ଠ ନାଗରିକଙ୍କୁ ଏୟାର ଇଣ୍ଡିଆର ୫୦% ରିହାତି

 ଛାତ୍ରଛାତ୍ରୀ, ସେନା କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଏୟାର ଇଣ୍ଡିଆ ୫୦ ପ୍ରତିଶତ ରିହାତି ଗତକାଲି ଘୋଷଣା କରିଛି । ଏହି ରିହାତି ଘରୋଇ ରୁଟରେ ଇକୋନୋମି ବର୍ଗର ମୂଳ ଭଡ଼ା ଉପରେ ଦିଆଯିବ । ତେବେ ଯାତ୍ରା କରିବାର ୭ ଦିନ ପୂର୍ବରୁ ଏଥିପାଇଁ ଟିକଟ ବୁକ୍ କରିବାକୁ ପଡ଼ିବ । ସେହିଭଳି ସିଟର ଉପଲବ୍ଧତା ଉପରେ ଏହି ଅଫର୍ ନିର୍ଭର କରେ ବୋଲି କୁହାଯାଇଛି ।

ଏୟାର ଇଣ୍ଡିଆର ବୁକିଂ ଅଫିସ, କଲ୍ ସେଣ୍ଟର ଏବଂ ୱେବସାଇଟ୍ ମାଧ୍ୟମରେ ଏଥିପାଇଁ ଟିକଟ ବୁକ୍ କରାଯାଇ ପାରିବ ବୋଲି କୁହାଯାଇଛି । ଏହି ଅଫରର ଲାଭ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ବୟସ ୨୧ରୁ ୨୬ ବର୍ଷ ଭିତରେ ହୋଇଥିବା ଦରକାର । ଯଦିଓ ଏୟାର ଇଣ୍ଡିଆ ପକ୍ଷରୁ ଏହି ସ୍କିମ୍ ଗତକାଲିଠାରୁ ଆରମ୍ଭ ହୋଇଛି ତେବେ ଏହା କେବେ ବନ୍ଦ ହେବ ସେ ନେଇ କିଛି କୁହାଯାଇନାହିଁ ।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ନିଜର ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରୁଛି । ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ କଂପାନି ଏହି ରିହାତି ପ୍ରଦାନ କରିବ । ଏହା ବ୍ୟତୀତ ୫ କିଲୋର ଚେକ୍ ଇନ୍ ବ୍ୟାଗକୁ ମଧ୍ୟ ମାଗଣା କଂପାନି ମାଗଣା କରିଛି ।

ମଝି ଆକାଶରେ ହୃଦ୍‌ଘାତରେ ଭାରତୀୟ ଯାତ୍ରୀ ମୃତ

ମୁମ୍ବାଇ: ଫ୍ରାଙ୍କଫଟ୍‌ରୁ ମୁମ୍ବାଇ ଆସୁଥିବା ଲୁଫ୍‌ଥାନ୍‌ସା ବିମାନରେ ଯାତ୍ରା କରୁଥିବା ଜଣେ ଭାରତୀୟ ଯାତ୍ରୀଙ୍କର ହୃଦ୍‌ଘାତରେ ମଝି ଆକାଶରେ ମୃତ୍ୟୁଘଟିଛି। ଲୁଫ୍‌ଥାନ୍‌ସାର ଏଲ୍‌ଏଚ୍‌-୭୫୬ ବିମାନରେ ଯାତ୍ରା କରୁଥିବା ଯାତ୍ରୀଜଣକ ଚରଣଜିତ ସିଂହ ଆନନ୍ଦ(୬୦) ବୋଲି ଚିହ୍ନଟ ହୋଇଛନ୍ତି। 

ଚରଣଜିତଙ୍କ ମୃତ୍ୟୁ ନେଇ ଲୁଫ୍‌ଥାନ୍‌ସା ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଚରଣଜିତଙ୍କ ମୃତଦେହକୁ ମୁମ୍ବାଇର କୁପର ହସ୍‌ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରେ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବିମାନ କର୍ତ୍ତୃପକ୍ଷ ଜଣାଇଛନ୍ତି। ତେବେ ଚରଣଜିତଙ୍କ ପୂର୍ବ ଡାକ୍ତରୀ ସ୍ୱାସ୍ଥ୍ୟାବସ୍ଥା, ତାଙ୍କ ଠିକଣା ଓ ଯାତ୍ରା ସଂପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। 

Thursday 31 August 2017

ଦୂରନ୍ତ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ବର୍ତ୍ତିଲା ୧୨୦୦ ଯାତ୍ରୀଙ୍କ ଜୀବନ

ଦୂରନ୍ତ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ବର୍ତ୍ତିଲା ୧୨୦୦ ଯାତ୍ରୀଙ୍କ ଜୀବନ

ଥାନେ(ମହାରାଷ୍ଟ୍ର): ଦଶ ଦିନ ଭିତରେ ଦୁଇ ଦୁଇଟି ରେଳ ଦୁର୍ଘଟଣାର ଭୟ ମନରୁ ନଲିଭୁଣୁ ମଙ୍ଗଳବାର ନାଗପୁର- ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସର ୯ଟି ବଗି ମହାରାଷ୍ଟ୍ର ଥାନେ ଜିଲ୍ଲାର ଅସନଗାଓଁ ଏବଂ ବାସିନ୍ଦ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା । ତେବେ ଟ୍ରେନ୍‌ ଚାଳକ ରବୀନ୍ଦ୍ର ସିଂହ ଉପସ୍ଥିତ ବୁଦ୍ଧି ଖଟାଇ ଜରୁରୀକାଳୀନ ବ୍ରେକ୍‌ ପ୍ରୟୋଗ କରିବାରୁ ଟ୍ରେନ୍‌ଟି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯିବା ସହ ୧୨୦୦ଯାତ୍ରୀଙ୍କ ଜୀବନ ରକ୍ଷା ପାଇଥିଲା। 

ରେଲେଓ୍ଵର ଜଣେ ଅଧିକାରୀଙ୍କ କହିବାନୁସାରେ, ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି କସର ଘାଟ ସେକ୍ସନରେ ଟ୍ରାକର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଏପରିି ସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଘଟିବାର କାରଣ ଯାହାବି ଥାଉ, ୧୨୦୦ଲୋକଙ୍କ ଜୀବନ ବଞ୍ଚାଇବାର ଶ୍ରେୟ ଟ୍ରେନ୍‌ ଚାଳକଙ୍କୁ ହିଁ ଯାଉଛି। କାରଣ ଟ୍ରେନ୍‌ ଚଳାଉଥିବା ସମୟରେ ଆଗକୁ ବିପଦ ଅଛି ବୋଲି ଚାଳକଙ୍କ ଆଶଙ୍କା ହୋଇଥିଲା। ତେଣୁ ଟ୍ରେନ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଟ୍ରେନ୍‌ର ଚାଳକ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌ ଗତିକୁ ହ୍ରାସ କରିଦେଇଥିଲେ । ଟ୍ରେନ୍‌ର ଗତି କମ୍‌ ହେବା କାରଣରୁ ମାତ୍ର ୯ଟି ବଗି ଧାରଣାରୁ ଖସି ଲାଇନ୍‌ଚ୍ୟୁତ ହୋଇଥିଲେ ହେଁ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି ବି କ୍ଷୟ କ୍ଷତି ହୋଇ ନଥିଲା।  ଟ୍ରେନ୍‌ରେ ଥିବା ୧୨୦୦ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା। 

ମଧ୍ୟ ରେଲେଓ୍ଵ ପ୍ରବକ୍ତା ଏ.କେ ସିଂହ କହିଛନ୍ତି, ଏହି ଟ୍ରେନ୍‌ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ। ଟ୍ରେନ୍‌ ଚାଳକଙ୍କ ସମେତ କିଛି ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି। ଉଦ୍ଧାରକର୍ମୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ୨ଘଣ୍ଟାର ସମୟ ଲାଗିଥିବାରୁ ସ୍ଥାନୀୟ ଲୋକମାନେ ସେଠାରେ ଯାତ୍ରୀଙ୍କ ପାଇଁ ଚାହା, ପାଣି ଓ ଖାଦ୍ୟ ଆଦି ଉପଲବ୍ଧ କରାଇଥିଲେ।

ଭୁଲି ଯାଇଛନ୍ତି କି ପ୍ୟାଟର୍ନ୍‌ ଲକ୍‌? ଏମିତି କରିପାରିବେ ସ୍ମାର୍ଟ୍‌ଫୋନ୍‌କୁ ଅନ୍‌ଲକ୍‌

ଭୁଲି ଯାଇଛନ୍ତି କି ପ୍ୟାଟର୍ନ୍‌ ଲକ୍‌? ଏମିତି କରିପାରିବେ ସ୍ମାର୍ଟ୍‌ଫୋନ୍‌କୁ ଅନ୍‌ଲକ୍‌

         

ଜାଣନ୍ତୁ ଏମିତି ଏକ ଟ୍ରିକ୍‌ ବିଷୟରେ ଯାହା ସାହାଯ୍ୟରେ ନିଜର ଫୋନ୍‌ର ପ୍ୟାଟେନ୍‌ର୍ ଲକ୍‌ ଭୁଲି ଯାଇଥିଲେ ମଧ୍ୟ ଏହା ମାଧ୍ୟମରେ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କ ଫୋନ୍‌ରେ ଆଣ୍ଡ୍ରଏଡ୍‌ ଡିଭାଇସ୍‌ ମ୍ୟାନେଜର୍‌ ଥିବା ଜରୁରୀ ତାହା ପୁଣି ଫୋନ୍‌ ଲକ୍‌ ହେବା ପୂର୍ବରୁ ସକ୍ରିୟ ଥିବା ଦରକାର। ଯେତେବେଳେ ଆପଣ ନିଜର ଫୋନ୍‌କୁ ଜିମେଲ୍‌ ଆକାଉଣ୍ଟ୍‌ ସହିତ ଯୋଡ଼ିଲେ ଏହି ଫିଚର୍‌ ଅଟୋମେଟିକ୍‌ ଆକ୍‌ଟିଭ୍‌ ହୋଇଯାଏ।
 
ଷ୍ଟେପ୍‌ ୧ : କମ୍ପ୍ୟୁଟର ବା ମୋବାଇଲ୍‌ ଫୋନ୍‌ର ଇଣ୍ଟର୍‌ନେଟ୍‌ ବ୍ରାଉଜର୍‌ରେ google.com/android/devicemanager େଓ୍ଵବ୍‌ପେଜ୍‌ ଖୋଲନ୍ତୁ। (ଏହି ପ୍ରୋସେସ୍‌ ସମସ୍ତ ସ୍ମାର୍ଟ୍‌ଫୋନ୍‌ରେ କାମ କରେ ନାହିଁ)
ଷ୍ଟେପ୍‌ ୨ :ଏବେ ଜି-ମେଲ୍‌ ଆଇଡି କୁ ଲଗ୍‌ଇନ୍‌ କରନ୍ତୁ। ଫୋନ୍‌ରେ ଦେଇଥିବା ଆଇଡି ଏଥିରେ ଦିଅନ୍ତୁ। ନୂଆ ପେଜ୍‌ ଆସିବ ଯେଉଁଥିରେ ଫୋନ୍‌ ଲୋକେସନ୍‌ ସହିତ Play Sound, Lock ଓ ERASE ର ଅପ୍‌ସନ୍‌ ଥିବ।
ଷ୍ଟେପ୍‌ ୩ :ଲକ୍‌ ଉପରେ କ୍ଲିକ୍‌ କରନ୍ତୁ। ଖୋଲିଥିବା ଓ୍ଵିଣ୍ଡୋରେ ଏକ ଟେମ୍ପରାରି ପାସ୍‌ଓ୍ଵାର୍ଡ ଦିଅନ୍ତୁ। ଯଦି ଚାହିଁଲେ ରିକଭରି ମ୍ୟାସେଜ୍‌ ଓ ଫୋନ୍‌ ନମ୍ବର ମଧ୍ୟ ଦେଇ ପାରିବେ।
ଷ୍ଟେପ୍‌ ୪ :ଆପଣ ଏହି ପ୍ରୋସେସ୍‌ରେ ସକ୍‌ସେସ୍‌ ହେଲାପରେ Play Sound, Lock ଓ ERASE ଅପ୍‌ସନ୍‌ର ତଳେ ଥିବା ବକ୍ସ୍‌ରେ ଏକ ମ୍ୟାସେଜ୍‌ ଦେଖାଯିବ।
ଷ୍ଟେପ୍‌ ୫ : ଫୋନ୍‌ରେ ଏକ ପାସ୍‌ଓ୍ଵାର୍ଡ ଫିଲ୍ଡ୍‌ ଦେଖାଯିବ। ବର୍ତ୍ତମାନ ତିଆରି ହୋଇଥିବା ଟେମ୍ପରାରି ପାସ୍‌ଓ୍ଵାର୍ଡ ଏଣ୍ଟର୍‌ କରନ୍ତୁ। ଆପଣଙ୍କ ଫୋନ୍‌ ଏବେ ଅନ୍‌ଲାଇନ୍‌ ହୋଇଯିବ। ଏବେ ଫୋନ୍‌ ସେଟିଙ୍ଗ୍‌ସକୁ ଯାଇ ଲକ୍‌ ସ୍କ୍ରିନ୍‌ ସେଟିଙ୍ଗ୍‌କୁ ଯାଆନ୍ତୁ ଓ ଟେମ୍ପରାରି ପାସ୍‌ଓ୍ଵାର୍ଡକୁ ଯାଇ ଡିସେବଲ୍‌ କରନ୍ତୁ।

Sunday 27 August 2017

ପୁରୀ ସ୍ୱର୍ଗଦ୍ୱାରରେ ହେବ ନବୀକରଣ : ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହେବ ଇଲେକ୍ଟ୍ରିକ ଚୁଲା

ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ଶବଦାହ କଲେ ସ୍ୱର୍ଗପ୍ରାପ୍ତି ହୁଏ । ଏଭଳି ବିଶ୍ୱାସ ରହିଛି ହିନ୍ଦୁ ଧର୍ମରେ । ସେପଟେ ଶବପୋଡିବା ଯୋଗୁଁ ସୃଷ୍ଟି ହେଉଥିବା ଧୂଆଁ ଓ ପାଉଁଶ ପରିବେଶକୁ ପ୍ରଦୂଷିତ କରୁଛି ଏବଂ ଏଥି ପାଇଁ ଇଲେକ୍ଟ୍ରିକ ଚୁଲ୍ଲା ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ୨୦୧୪ରୁ ନିର୍ମାଣ ହୋଇଥିବା ବିଦ୍ୟୁତ ଚୁଲ୍ଲା ଅଚଳ ହୋଇ ପଡିଛି । ଏପଟେ ଆଇକନିକ ସିଟି ଯୋଜନାରେ ଆଉ କିଛି ଚୁଲ୍ଲା ନିର୍ମାଣ କରିବା ପାଇଁ ଯୋଜନା କରିଛି ପ୍ରଶାସନ । କିନ୍ତୁ ହିନ୍ଦୁ ଧର୍ମର ବିରୋଧ କରୁଥିବା ଦର୍ଶାଇ ଇଲେକଟ୍ରିକ ଶବଦାହ ଚୁଲ୍ଲାକୁ ପ୍ରତିବାଦ କରୁଛନ୍ତି କିଛି ସଂଗଠନ ।
ପୁରୀ ସ୍ୱର୍ଗଦ୍ୱାରରେ ନିର୍ମିତ ହେବ ଆଉ କେତୋଟି ବୈଦ୍ୟୁତିକ ଶବଦାହ ଚୁଲ୍ଲା । ଏଥିପାଇଁ ୧ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । କେନ୍ଦ୍ର ସରକାର ଆଇକନିକ ସିଟି ଯୋଜନାରେ ଏହି କାର୍ଯ୍ୟକ୍ରମ ହାତକୁ ନେବେ । ଏଥିରେ ବୈଦ୍ୟୁତିକ ଚୁଲ୍ଲା ସ୍ଥାପନ ସହ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । କିନ୍ତୁ ଆରପଟେ ୨୦୧୪ରୁ ସ୍ଥାପନ ହୋଇଥିବା ବୈଦ୍ୟୁତିକ ଶବଦାହ ଚୁଲ୍ଲା ବ୍ୟବହାର ନହୋଇ ପଡି ରହିଛି ।
ରିପୋର୍ଟ ଅନୁସାରେ ଏହି ଚୁଲ୍ଲାରେ ବର୍ତମାନ ସୁଦ୍ଧା ମାତ୍ର ୭୦ଟି ଶବ ପୋଡାଯାଇଛି । କାଠରେ ଶବଦାହ ଯୋଗୁଁ ସୃଷ୍ଟି ହେଉଥିବା ଧୂଆଁ ଓ ପାଉଁଶ ପରିବେଶ ପ୍ରଦୂଷଣ ବି କରେ । ଏହାକୁ ରୋକିବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏହା ଆଧାରରେ ଶବଦାହ ଚୁଲ୍ଲା ସ୍ଥାପନ ହୋଇଥିଲା ।
ହିନ୍ଦୁ ଧର୍ମ ଅନୁସାରେ ଶବଦାହ ପରେ ଅସ୍ଥି ସଂଗ୍ରହ କରି ବିସର୍ଜନ କରିବାର ପରମ୍ପରା ରହିଛି । କିନ୍ତୁ ବୈଦ୍ୟୁତିକ ଶବଦାହ ଚୁଲ୍ଲାରେ ଅସ୍ଥି ବାହାରି ନଥାଏ । ତେଣୁ ସାଧାରଣରେ ଲୋକେ ଏହି ଚୁଲ୍ଲା ବ୍ୟବହାର କରିବାକୁ ଅମଙ୍ଗ । ଏଠାରେ ଇଲେକ୍ଟ୍ରିକ ଚୁଲ୍ଲା ସ୍ଥାପନ ହିନ୍ଦୁ ଧର୍ମର ପରିପନ୍ଥୀ ବୋଲି ଅଭିଯୋଗ ହେଉଛି ।
ପରିବେଶ ପ୍ରଦୂଷଣ ରୋକିବା ଦୃଷ୍ଟିରୁ ବୈଦ୍ୟୁତିକ ଶବଦାହ ଚୁଲ୍ଲାର ଆବଶ୍ୟକତା ଥିବା ବେଳେ ଏନେଇ ସଚେତନତା ସୃଷ୍ଟି ହେବା ଜରୁରୀ । ନହେଲେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଟଙ୍କା ଦେଇ ନିର୍ମାଣ ହେବାକୁ ଥିବା ଚୁଲ୍ଲା ସେପରି ବ୍ୟବହାର ନହୋଇ ଖତଖାଇବ ।

ରାସ୍ତାରେ ଗଡିଲା ଶସ୍ତା ଟମାଟୋ ! କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଆଗରେ ଫିଙ୍ଗିଦେଲେ ଚାଷୀ

ରାସ୍ତାରେ ଗଡିଲା ଶସ୍ତା ଟମାଟୋ । କିଲୋ ପିଛା ୭୦ ପଇସାରେ ବିକ୍ରି ହେଉନାହିଁ ବିଲାତି ବାଇଗଣ । ସାରା ଓଡିଶାକୁ ଖାଦ୍ୟ ଯୋଗାଇ ଦେଉଥିବା ଚାଷୀ, ନିଜ ପରିବାରର ପେଟ ପୋଷିବାକୁ ଅସମର୍ଥ ହେଲାଣି । କାରଣ ଧାର ଉଧାର କରି ଏକର ଏକର ଜମିରେ ଟମାଟୋ ଚାଷ କରିଥିଲେ ବି ବଜାରରେ ଚାହିଦା ନାହିଁ । ଲାଭ କଥା ଛାଡନ୍ତୁ, ମୂଳଧନ ଉଠିବା ସମ୍ଭାବନା ନାହିଁ । ଏଭଳି ସ୍ଥିତିରେ ଉତ୍ପାଦିତ ପରିବାକୁ ରାସ୍ତାରେ ଫିଙ୍ଗି ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ । ପ୍ରଶାସନକୁ ଦୁଃଖ ଜଣାଇବା ପାଇଁ ଆସିଥିବା ଚାଷୀ, ନିରାଶ ହୋଇ ଏହି ପଦକ୍ଷେପ ନେଇଛନ୍ତି । ବଜାରରେ ବିଲାତିର ଚାହିଦା ନାହିଁ । କିଲୋ ୭୦ ପଇସାରେ ବି କିଣିବାକୁ ରାଜି ହେଉନାହାନ୍ତି ବ୍ୟବସାୟୀ ।
ବ୍ୟାଙ୍କ, ସ୍ୱଂୟ ସହାୟକ ଗୋଷ୍ଠୀ କିମ୍ବା ହାତଉଧାରି ଆଣି ଭଲ ଦିପଇସା ରୋଜଗାର କରିବାକୁ ଟମାଟୋ ଚାଷ କରିଥିଲେ କେନ୍ଦୁଝରର ଚାଷୀ । ସାର, ଔଷଧ ଖର୍ଚ୍ଚ ହିସାବ କଲେ ଗୋଟିଏ ଟମାଟୋ ମଞ୍ଜି ପିଛା ୫୦ ପଇସା ଖର୍ଚ୍ଚ କରିଛନ୍ତି । ଆଉ ବିକିଲା ବେଳକୁ କିଲୋ ପିଛା ୫୦ ପଇସାରୁ ସାମାନ୍ୟ ଅଧିକ । ଏଭଳି ସ୍ଥିତିରେ କେମିତି ଶୁଝିବେ ଋଣ ସେହି ଚିନ୍ତାରେ ।
ସାରା ଓଡିଶାକୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ଉପରେ ଚଡକ । ପରିସ୍ଥିତି ଏମିତି ହୋଇଛି ଯେ, କଷ୍ଟ କରି ଉତ୍ପାଦନ କରିଥିବା ଅମଳକୁ ଫିଙ୍ଗି ଦେବାକୁ ପଡୁଛି । ଟମାଟୋ ପରି ଶୀଘ୍ର ନଷ୍ଟ ହେଉଥିବା ପରିବାର ସଂରକ୍ଷଣ ଓ ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ନକଲେ ଚାଷୀ ଆଗକୁ ପରିବା ଚାଷ ପ୍ରତି ବିମୁଖ ହେବା ଆଶଙ୍କା ଦେଖାଦେଇଛି ।

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପର...