Friday 29 September 2017

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର


ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପରେ ଚା’ପତିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଏହି ବ୍ୟବହୃତ ଚା’ପତି ଅନେକ କାମରେ ଆସିଥାଏ । ଏବେ ନଜର ପକାନ୍ତୁ କିପରି ବ୍ୟବହାର କରି ପାରିବେ ଏହି ଚା’ପତି ।
– ବ୍ୟବହୃତ ଚା’ ପତି ନଫିଙ୍ଗି ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଗଛ ମୂଳେ ଏହି ଚା’ପତିକୁ ଦିଅନ୍ତୁ । ଗଛର ଖାଦ୍ୟ ଭାବରେ କାମ କରିଥାଏ ଏହି ପତି ।
– ଚା’ ପରେ ବାହାରିଥବା ପତିକୁ ଭଲ ଭାବରେ ଧୋଇ ଆଉ ଥରେ ଫୁଟାନ୍ତୁ । ଘିଅ ଏବଂ ତେଲରେ ଚିକିଟା ହୋଇଯାଇଥିବା ଡବାକୁ ଏଥିରେ ଧୁଅନ୍ତୁ । ଯାହାଦ୍ୱାରା ଡବାରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଯାଏ ।
– ଚା’ ଛାଣି ସାରିବା ପର ପତିକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଯେପରି ସେଥିରୁ ମିଠା ଅଂଶ ସଂପୂର୍ଣ୍ଣ ରୂପେ ବାହାରି ଯିବ । ଚା’ ପତିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମହଜୁତ ରହିଥାଏ । ଶରୀରରେ ହୋଇଥିବା ଖଣ୍ଡିଆ ବା କ୍ଷତ ସ୍ଥାନରେ ଏହାର ପ୍ରଲେପ ଦେଲେ କ୍ଷତାକ୍ତ ଅଂଶ ଜଲଦି ଶୁଖି ଯାଇଥାଏ । ଏହି ପତିକୁ ପୁଣି ପାଣିରେ ଫୁଟାଇ ସେହି ପାଣିରେ କ୍ଷତ ସ୍ଥାନ ଧୋଇଲେ ଲାଭଦାୟକ ହୋଇଥାଏ ।
– କାଠର ଫର୍ଣ୍ଣିଚର ଓ ଦର୍ପଣ ମଇଳା ହୋଇଯାଇଥିଲେ ଏହାକୁ ସଫା କରିବା ଲାଗି ବ୍ୟବହୃତ ଚା’ପତି ଭଲ କାମରେ ଆସିଥାଏ । ଚା’ପତିକୁ ପୁଣି ଫୁଟାଇ ସେହି ପାଣିକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ । ଏହାକୁ ଫର୍ଣ୍ଣିଚର ସଫା କରିବାରେ ବ୍ୟବହାର କଲେ ଫର୍ଣ୍ଣିଚର ଚମକ ଆସିଥାଏ ।
– ଚା’ ପତି ପାଣି ଏକ ଉତ୍ତମ କଣ୍ଡିଶନର ଭଳି କାମ କରେ । ଚା’ ତିଆରି ସରିବା ପରେ ପତିକୁ ଧୋଇ ପାଣିରେ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ଏଥିରେ କେଶ ଧୋଇଲେ କେଶ ଚମକ ଆସିବା ସହ ମୁଲାୟମ ହୋଇଥାଏ ।
– ଚା’ ହୋଇ ସାରିବା ପରେ ଏହି ପତିକୁ ଧୋଇ ଶୁଖେଇ ଦିଅନ୍ତୁ । କାବୁଲି ବୁଟ ସିଝାଇବା ବେଳେ ଏକ କପଡାରେ ଏହି ପତିକୁ ବାନ୍ଧି ସେଥିରେ ପକାଇ ଦିଅନ୍ତୁ । ଏହା ଦ୍ୱାରା ତରକାରିର ରଙ୍ଗ ସୁନ୍ଦର ହୋଇଥାଏ ।

No comments:

Post a Comment

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପର...