Thursday 31 August 2017

ଦୂରନ୍ତ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ବର୍ତ୍ତିଲା ୧୨୦୦ ଯାତ୍ରୀଙ୍କ ଜୀବନ

ଦୂରନ୍ତ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ବର୍ତ୍ତିଲା ୧୨୦୦ ଯାତ୍ରୀଙ୍କ ଜୀବନ

ଥାନେ(ମହାରାଷ୍ଟ୍ର): ଦଶ ଦିନ ଭିତରେ ଦୁଇ ଦୁଇଟି ରେଳ ଦୁର୍ଘଟଣାର ଭୟ ମନରୁ ନଲିଭୁଣୁ ମଙ୍ଗଳବାର ନାଗପୁର- ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସର ୯ଟି ବଗି ମହାରାଷ୍ଟ୍ର ଥାନେ ଜିଲ୍ଲାର ଅସନଗାଓଁ ଏବଂ ବାସିନ୍ଦ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା । ତେବେ ଟ୍ରେନ୍‌ ଚାଳକ ରବୀନ୍ଦ୍ର ସିଂହ ଉପସ୍ଥିତ ବୁଦ୍ଧି ଖଟାଇ ଜରୁରୀକାଳୀନ ବ୍ରେକ୍‌ ପ୍ରୟୋଗ କରିବାରୁ ଟ୍ରେନ୍‌ଟି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯିବା ସହ ୧୨୦୦ଯାତ୍ରୀଙ୍କ ଜୀବନ ରକ୍ଷା ପାଇଥିଲା। 

ରେଲେଓ୍ଵର ଜଣେ ଅଧିକାରୀଙ୍କ କହିବାନୁସାରେ, ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି କସର ଘାଟ ସେକ୍ସନରେ ଟ୍ରାକର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଏପରିି ସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଘଟିବାର କାରଣ ଯାହାବି ଥାଉ, ୧୨୦୦ଲୋକଙ୍କ ଜୀବନ ବଞ୍ଚାଇବାର ଶ୍ରେୟ ଟ୍ରେନ୍‌ ଚାଳକଙ୍କୁ ହିଁ ଯାଉଛି। କାରଣ ଟ୍ରେନ୍‌ ଚଳାଉଥିବା ସମୟରେ ଆଗକୁ ବିପଦ ଅଛି ବୋଲି ଚାଳକଙ୍କ ଆଶଙ୍କା ହୋଇଥିଲା। ତେଣୁ ଟ୍ରେନ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଟ୍ରେନ୍‌ର ଚାଳକ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌ ଗତିକୁ ହ୍ରାସ କରିଦେଇଥିଲେ । ଟ୍ରେନ୍‌ର ଗତି କମ୍‌ ହେବା କାରଣରୁ ମାତ୍ର ୯ଟି ବଗି ଧାରଣାରୁ ଖସି ଲାଇନ୍‌ଚ୍ୟୁତ ହୋଇଥିଲେ ହେଁ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି ବି କ୍ଷୟ କ୍ଷତି ହୋଇ ନଥିଲା।  ଟ୍ରେନ୍‌ରେ ଥିବା ୧୨୦୦ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା। 

ମଧ୍ୟ ରେଲେଓ୍ଵ ପ୍ରବକ୍ତା ଏ.କେ ସିଂହ କହିଛନ୍ତି, ଏହି ଟ୍ରେନ୍‌ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ। ଟ୍ରେନ୍‌ ଚାଳକଙ୍କ ସମେତ କିଛି ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି। ଉଦ୍ଧାରକର୍ମୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ୨ଘଣ୍ଟାର ସମୟ ଲାଗିଥିବାରୁ ସ୍ଥାନୀୟ ଲୋକମାନେ ସେଠାରେ ଯାତ୍ରୀଙ୍କ ପାଇଁ ଚାହା, ପାଣି ଓ ଖାଦ୍ୟ ଆଦି ଉପଲବ୍ଧ କରାଇଥିଲେ।

No comments:

Post a Comment

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର

ଚା’ କରିସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି ! ଜାଣନ୍ତୁ ଏହାର ବ୍ୟବହାର ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଆଉ ଚା’ ବନାଇସାରିବା ପର...